ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗିରଫ ହେଲେ ବୌଦ୍ଧ ଜିଲା ବିଜେଡି କୃଷକ ମୋର୍ଚାର ସଭାପତି ଶାନ୍ତନୁ ଥାଟି । ବରଗୋଛାରୁ ପୋଲିସ ତାଙ୍କୁ ଗିରଫ କରିଛି । ଗତ କିଛିଦିନ ତଳେ କଣ୍ଟାମାଳ ବ୍ଲକର ଯନ୍ତ୍ରୀ ସ୍ମୃତିରଞ୍ଜନ ସେଠୀଙ୍କୁ ମିଛ ବିଲ୍ କରିବା ପାଇଁ କରିଥିଲେ ଆକ୍ରମଣ । ଏ ନେଇ ଥାନାରେ ମାମଲା ରୁଜୁ ହେବା ସହିତ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବୌଦ୍ଧ ଜିଲାରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେତେବେଳେ କଣ୍ଟାମାଳ ବ୍ଲକ ସମେତ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ। ଅନ୍ୟପକ୍ଷରେ ଉକ୍ତ ଘଟଣା ପରେ ସାନ୍ତନୁ ଥାଟି ଫେରାର ହୋଇଯାଇଥିଲେ। ଶେଷରେ ଆଜି ତାଙ୍କୁ ତାଙ୍କ ବରଗୋଚ୍ଛା ସ୍ଥିତ ବାସଭବନରୁ ଗିରଫ କରିଛି କଣ୍ଟାମାଳ ପୁଲିସ୍।

LEAVE A REPLY

Please enter your comment!
Please enter your name here