ସମ୍ବଲପୁର: ବୁର୍ଲା ଭିମସାରରେ ୬ ଦିନରେ ୭ ପ୍ରସୂତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ୍ ମେ ୮ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁର କାରଣ ଓ ମେଡିସିନ୍‌ ର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ଡ. ଲାଲମୋହନ ନାୟକ । ଗତ ୧ ତାରିଖରେ ଭିମ୍‌ସାରର ପ୍ରସୂତି ଓ ସ୍ତ୍ରୀ’ରୋଗ ବିଭାଗରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ପ୍ରସବରେ କୌଣସି ଜଟିଳତା ନଥିଲା ଓ ନବଜାତ ସନ୍ତାନ ମଧ୍ୟ ସୁସ୍ଥ ଥିଲା । ହେଲେ କିଛି ସମୟ ମଧ୍ୟରେ ତାଙ୍କର ଆକସ୍ମିକ ମୃତ୍ୟୁ ପୂରା ବିଭାଗକୁ ଚକିତ କରି ଦେଇଥିଲା । ଏହାପରେ ଜଣେ ପରେ ଜଣେ ଏମିତି ୬ ଦିନରେ ୭ ଜଣଙ୍କର ମୃତ୍ୟୁ ହେଲାଣି । ଔଷଧର ପାର୍ଶ୍ବ ପ୍ରତିକ୍ରିୟାରୁ ଏଭଳି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । କିନ୍ତୁ ସେହି ଔଷଧ ଦିଆଯାଇଥିବା ଅନ୍ୟ ବିଭାଗର ରୋଗୀଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ । ଏପରିକି ଏସ୍‌ସିବିର ପ୍ରସୂତି ଓ ସ୍ତ୍ରୀ’ରୋଗ ବିଭାଗରେ ଉକ୍ତ ଔଷଧ ବ୍ୟବହାର ହୋଇଥିଲେ ସୁଦ୍ଧା କୌଣସି ଅଘଟଣ ଘଟିନଥିବା ଭାରପ୍ରାପ୍ତ ନିର୍ଦ୍ଦେଶକ କହିଛନ୍ତି । ତେଣୁ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

LEAVE A REPLY

Please enter your comment!
Please enter your name here