ମଣିଷ ପରେ ପଶୁ ଶରୀରରେ ମଧ୍ୟ କରୋନା ଭାଇରସ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋନକ୍ସ ଚିଡିଆଖାନରେ ଏକ ବାଘ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛି । ଆମେରିକାର କୃଷି ବିଭାଗର ଜାତୀୟ ପଶୁସେବା ପରୀକ୍ଷାଗାରର ତରଫରୁ ଏହା ସ୍ପଷ୍ଟ କରାଯାଇଛି ।

ଚାରି ବର୍ଷର ବାଘ ‘ମାଲାୟନ ଟାଇଗର’ ଚିଡିଆଖାନାର ଜଣେ କର୍ମଚାରୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା କଥା କୁହାଯାଉଛି । କାରଣ ସଂପୃକ୍ତ ବ୍ୟକ୍ତି ଜଣକ ବାଘୁଣୀର ଯତ୍ନ ନେଉଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗ ତରଫରୁ ଏହା କୁହାଯାଇଛି । ଆମେରିକାରରେ କରୋନା ଭାଇରସ ସ୍ଥିତି ଅନିୟନ୍ତ୍ରିତ ହେବା ପରେ ବୋନକ୍ସ ଚିଡିଆଖାନାକୁ ଗତ ମାର୍ଚ୍ଚ ୧୬ ପରଠାରୁ ବନ୍ଦ ରଖାଯାଇଛି । ଚିଡ଼ିଆଖାନାର ଏକ ବାଘ କରୋନା ପଜିଟିଭ ଚିହ୍ନଟ ହେବା ପରେ ୫ଟି ଅନ୍ୟ ବାଘ ଓ ସିଂହର ନମୁନା ପରୀକ୍ଷା କରାଯାଉଛି । କାରଣ ଚିଡିଆଖାନାରେ ଅନ୍ୟ କିଛି ପଶୁ ମଧ୍ୟ ଅସୁସ୍ଥତା ଦେଖାଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here