ଶେଷରେ କାବୁ ହେଲା ମଣିଷଖିଆ ସୁନ୍ଦରୀ । ଦୀର୍ଘ ପ୍ରଚେଷ୍ଟା ପରେ ସୁନ୍ଦରୀକୁ ଟ୍ରାଙ୍ଗୁଲାଇଜ କରାଯାଇଛି । କୁମକୀ ହାତୀ ଯଶୋଦା ସହାୟତାରେ ଅପରେସନ ସଫଳ ହୋଇଛି । ସୁନ୍ଦରୀକୁ ଧରିବା ପାଇଁ ବିଶେଷଜ୍ଞ ଦଳଙ୍କ ଅଳ୍କାନ୍ତ ପରିଶ୍ରମ ପରେ ଆଜି ଅଚେତ ହୋଇଛି ବାଘୁଣୀ । ବାଘୁଣୀ ସୁନ୍ଦରୀ ସାତକୋଶିଆର ମଝିପଡା ଜଙ୍ଗଲରେ ବୁଲୁଥିବା ଜଣାପଡିବା ପରେ ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଯଶୋଦା ସହାୟତାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିଛନ୍ତି । ଯଶୋଦା ପିଠିରୁ କରାଯାଇଥିବା ଗୁଳି ବାଘୁଣୀର ଦେହରେ ବାଜି ଥିବା ଜଣାପଡିଛି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ତାକୁ ନନ୍ଦନକାନନ ପଠାଇ ଦେବାକୁ ନିଷ୍ପତି ନିଆଯାଇଛି ।

    ସାତିକୋଶିଆରେ ଛଡ଼ାଯାଇଥିିବା ବାଘୁଣୀ ସୁନ୍ଦରୀ ସାତକୋଶିଆର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଲୋକଙ୍କୁ ମାରିବା ପରେ ଏ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ବୃଦ୍ଧି ପାଇଥିଲା । ତେଣୁ ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ଅକ୍ଟୋବର ମାସରୁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସବୁଥର ବନବିଭାଗକୁ ଚକ୍‌ମା ଦେଖାଇ ସୁନ୍ଦରୀ ଖସି ଯାଉଥିଲା। ଏଥିପାଇଁ ମଧ୍ୟପଅଦେଶରୁ ବିଶେଷଜ୍ଞମାନେ ଆସିଥିଲେ ମଧ୍ୟ ସେମାନେ ବି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇପାରି ନଥିଲେ ।ସୁନ୍ଦରୀ କାବୁ ନେଇ ପିସିସିଏଫ ସନ୍ଦୀପ ତ୍ରୀପାଠୀ ଏହି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here