ପାଞ୍ଚଦିନ ଧରି ବନ୍ଦ ରହିବ ବ୍ୟାଙ୍କ. ଆଜ୍ଞା ହଁ, ଯହି ବ୍ୟାଙ୍କରେ ଆପଣଙ୍କର କିଛି ଜରୁରୀ କାମ ରହିଯାଇଛି ତାହାଲେ ତାକୁ ମଙ୍ଗଳବାର କିମ୍ବା ତା ପୂର୍ବରୁ ସାରି ଦିଅନ୍ତୁ. କାରଣ, ମଙ୍ଗଳବାର ପରଦିନ ଅର୍ଥାତ୍ ବୁଧବାର ଦିନ ଠାରୁ ରବିବାର ଦିନ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ୟୁନିୟନ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ ର ପ୍ରବକ୍ତା ଅନିଲ୍ ତିୱାରୀ ସୂଚନା ଦେଇଛନ୍ତି. ନଭେମ୍ବର 7 ତାରିଖ ଦିନ ଦିୱାଲୀ, 8 ତାରିଖ ଦିନ ଗୋବର୍ଦ୍ଧନ ପୂଜା ଓ 9 ତାରିଖରେ ଭ୍ୟାୟାଦୁଜ ର ଛୁଟି ସବୁ ପଡୁଛି. ପରେ 10 ତାରିଖ ଶନିବାରଦିନ ମାସର ଦ୍ୱିତୀୟ ରବିବାର ପଡୁଥିବାରୁ ସେ ଦିନ ଛୁଟି ରହିବ ଏବଂ 11 ତାରିଖ ରବିବାର ଛୁଟି ଥିବାରୁ ସେ ଦିନ ବି ବ୍ୟାଙ୍କ ବନ୍ଦ ରହିବ. ଲଗାତାର ଛୁଟି ପଡୁଥିବାରୁ ଏହି  ଦିନ ଗୁଡିକରେ ବ୍ୟାଙ୍କ ବନ୍ଦ ରହିବ. ତେବେ ସେହି ଦିନ ଗୁଡିକରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଏଟିଏମରେ ପ୍ରଚୁର ପରିମାଣର ଟଙ୍କା ରଖିବା ପାଇଁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି.

 

 

 

 

 

 

LEAVE A REPLY

Please enter your comment!
Please enter your name here