ବେବିନା ପ୍ରସଙ୍ଗକୁ କୌଣସିମତେ ହାତଛଡା କରିବାକୁ ଚାହୁଁନାହିଁ ବିଜେପି । ଆଗକୁ ନିର୍ବାଚନ ଆସୁଥିବାରୁ ଏଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପି ଯୋଜନା କରିଛି । ଆଉ ବିଜେପି ଏହି ଯୋଜନାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଶିକାର କରିବା ପାଇଁ ଲକ୍ଷ୍ୟ ରଖିଛି । ମନ୍ତ୍ରୀଙ୍କ ବୟାନ ପରେ ଏବେ ରାଜ୍ୟ ରାଜନୀତି ବେଶ୍ ସରଗରମ ରହିଛି । ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ମଙ୍ଗଳବାର ମହିଳାମୋର୍ଚ୍ଚାର ସଦସ୍ୟମାନେ ଅଚାନକ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ମହିଳା କର୍ମୀଙ୍କୁ ଅଟକାଇଥିଲା । ପ୍ରାୟ ୨୦ରୁ ଅଧିକ ବିଜେପି ମହିଳା କର୍ମୀଙ୍କୁ ପୁଲିସ ଅଟକ ରଖିଛି ।

 ଗତକାଲି ମଧ୍ୟ ନବୀନ ନିବାସ ଘେରାଉ କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ଏହା ପୂର୍ବରୁ ସିବିଆଇ ତଦନ୍ତ ଦାବି ଓ ମହାରଥୀଙ୍କ ଇସ୍ତଫା ଦାବି କରି କଟକ କ୍ରାଇମବ୍ରାଞ୍ଚ କା ଳୟ ଘେରାଉ କରିଥିଲେ ମହିଳା କର୍ମୀ । ପିପିଲିର ବେବିନା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଖସିଯିବା ଘଟଣାରେ ବିଜେପି ତା’ର ଆନ୍ଦୋଳନ ଜାରି ରଖିଛି। ଗତକାଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ ପରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି।

   ମହାରଥୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କଲା ବୋଲି ଅଭିଯୋଗ କରିଛି ମହିଳା ମୋର୍ଚ୍ଚା । ଘଟଣାର ସିବିଆଇ ତଦନ୍ତ ଦାବି ସହ କୃଷିମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ଦଳ ।

 

LEAVE A REPLY

Please enter your comment!
Please enter your name here