ବିଜେଡିରେ ଯୋଗଦେଲେ ସୁବାସ ଚୌହାନ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁବାସ । ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଥିଲେ ସୁବାସ ଚୌହାନ । ବିଜେପିରୁ ବରଗଡ଼ ଲୋକସଭା ଟିକଟ୍‌ ଆଶାୟୀ ଥିଲେ ସୁବାସ ଚୌହାନ। ଟିକଟ ନମିଳିବାରୁ ସେ ଗତକାଲି ବିଜେପି ଛାଡ଼ିଥିଲେ । ବିଜେପି ତାର ମୂଳତତ୍ତ୍ୱ ହରାଇ ବସିଛି। ବିଜେପିରେ ଅଗଣତାନ୍ତ୍ରିକ ନୀତି ଚାଲିଥିବା ସେ ଗତକାଲି ଇସ୍ତଫାପତ୍ରରେ ଦର୍ଶାଇଥିଲେ। ଏମିତିକି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ କାନ୍ଦି ପକାଇଥିଲେ ସୁବାସ ଚୌହାନ।

LEAVE A REPLY

Please enter your comment!
Please enter your name here