ବର୍ଷର ପ୍ରଥମ ସୂର୍ଯ୍ୟୋଦୟ । ତରଙ୍ଗାଇତ ଜଳରାଶିରେ ସତେ ଯେମିତି ଦେଉଛି ନୂଆ ଆଶା, ଓ ନୂଆ ସମ୍ଭାବନାର ସନ୍ଦେଶ । ନୂଆବର୍ଷର ପ୍ରଥମ ଦିନର ଏ ସୁନ୍ଦର ମୁହୂର୍ତ୍ତକୁ ସ୍ୱାଗତ କରିବାକୁ ପୁରୀ ବେଳାଭୂମୀ ସାଙ୍ଗକୁ ଚନ୍ଦ୍ରଭାଗା ସମୂଦ୍ର କୁଳରେ ଭୋରରୁ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହୋଇଥିଲା । ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ସାରି ସମସ୍ତେ ମନ୍ଦିର ମୁହାଁ ହୋଇଥିଲେ । ଏ ଦୃଶ୍ୟ ହେଉଛି ପୁରୀର । ନୂଆବର୍ଷରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବା ପାଇଁ ଦିନ ତମାମ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥିଲା । ବିଭିନ୍ନ ରାଜନେତା , ମନ୍ତ୍ରୀ ଓ ପ୍ରଶାସକ ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶକ କରିଥିଲେ । ସେହିପରି ନୂଆବର୍ଷ ଅବସରରେ ଅର୍କକ୍ଷେତ୍ର କୋଣାର୍କ, ଲିଙ୍ଗରାଜଙ୍କ ପୀଠ ସମେତ ଅନେକ ଦେବାଦେବୀଙ୍କ ପୀଠରେ ଭକ୍ତଙ୍କ ଜବରଦସ୍ତ ଭିଡ ପରିଲିକ୍ଷିତ ହୋଇଥିଲା । ଅନ୍ୟପଟେ ନୂଆବର୍ଷକୁ ଅଧିକ ରଙ୍ଗୀନ କରିବାଲାଗି ରାଜ୍ୟର ସମସ୍ତ ଛୋଟବଡ ପିକନିକ ସ୍ପଟରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିଲା । ଗତକାଲି ଜିରୋ ନାଇଟରେ ନାଚ ଗୀତରେ ମସଗୁଲ ହୋଇ ସବୁଠି ନୂଆବର୍ଷକୁ ଜୋରଦାର ଢଙ୍ଗରେ ସ୍ୱାଗତ କରାଯାଇଥିବାବେଳେ ବିଳମ୍ବିତ ରାତି ଯାଏ ଡିଜେ ସଙ୍ଗରେ ମସଗୁଲ ଥିଲେ ସମସ୍ତେ ।

LEAVE A REPLY

Please enter your comment!
Please enter your name here