ପୁଣି ସ୍ୱାଭିମାନ ଅଞ୍ଚଳରେ ବିରାଟ ପ୍ରଜାମେଳି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଓରାପଦର ନିକଟରେ ଏକତ୍ରିତ ହୋଇଛନ୍ତି ୫ହଜାରରୁ ଅଧିକ ମହିଳା ଓ ପୁରୁଷ । ସ୍ୱାଭିମାନ ଅଞ୍ଚଳ ପ୍ରତି ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉନଥିବାବେଳେ ସବୁବେଳେ ଅବହେଳା କରିଆସୁଥିବା ଅଭିଯୋଗ ହୋଇଛି । ଏପରିକି ହୁଡୁହୁଡୁ ହେଉ କି ତିତିଲି ବା ବନ୍ୟା କେବେ ବି ଏହି ଅଞ୍ଚଳର କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଶାସନ କ୍ଷତି ପୂରଣ ଦେଉନଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିଚ୍ଛିନ୍ନାଞ୍ଚଳ ଜନବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ମେଳି । ଏହି ମେଳିରେ କ୍ଷତିଗ୍ରସ୍ତଙ୍କୁ ସହଯୋଗର ହାତ ବଢାଇଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶର ଲୋକେ । ଏହି ମେଳିରେ ସହଯୋଗ କରିଛନ୍ତି ବିଶାଖାପାଟଣା ଆଦିବାସୀ ବିକାଶ ମଞ୍ଚର ଲୋକେ । ପ୍ରଶାସନ ଓ ସରକାରଙ୍କ ବିରୋଧରେ ଗର୍ଜିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତିବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here