ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ସୁନାର ଆଶା ମଉଳିବାକୁ ବସିଥିବା ବେଳେ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି 24 ବର୍ଷୀୟ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋ ରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଥମ ଉଦ୍ୟମରେ ନୀରଜ 87.03 ମିଟର, ଦ୍ବିତୀୟ ଉଦ୍ୟମରେ 87.58 ମିଟର ପର୍ଯ୍ୟନ୍ତ ଜାଭଲିନ ଥ୍ରୋ କରିଥିବା ବେଳେ ତୃତୀୟ ଉଦ୍ୟମରେ 76.79 ମିଟର ଜାଭଲିନ ଥ୍ରୋ କରିଥିଲେ ।

ହରିୟାଣାର 24 ବର୍ଷୀୟ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିବା ଅବିଶ୍ବସନୀୟ ସତ୍ୟ । କେହି କେବେ ଆଶା କରି ନଥିଲେ, ଜାଭଲିନରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିବେ । ପ୍ରଥମ ଥର ପାଇଁ ଅଲିମ୍ପିକରେ ଭାଗ ନେଇଥିବା ନୀରଜଙ୍କ ଏହି ସଫଳତାକୁ ନେଇ ସମଗ୍ର ଦେଶରେ ଖୁସିର ଲହରୀ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ସମଗ୍ର ଦେଶବାସୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିବା ଭାରତୀୟ ଆଥଲେଟ୍ ପାଇଁ ନୂଆ ଇତିହାସ ।

LEAVE A REPLY

Please enter your comment!
Please enter your name here