କରୋନା ସଙ୍କ୍ରମଣ ବଢିବା ପରେ ପୁରୀରେ କଡ ନିୟମ । ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ୫ ରାଜ୍ୟର ପର୍ଯ୍ୟଟକଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଣ୍ଟା ପୂର୍ବର ରିପୋର୍ଟ ଦେଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରିପାରିବେ । ଏହି ସବୁ ରାଜ୍ୟ ଗୁଡିକ ହେଲା ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବ । ଏହି ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି କଡା ନଜର ରଖାଯାଇଛି । ରେଳ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଲକ୍ଷଣ ଥିଲେ ଟେଷ୍ଟ କରାଯିବ । ୨ଟି ଯୋଗ୍ୟତା ଥିଲେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁମତି ମିଳିବ । କରୋନା ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

LEAVE A REPLY

Please enter your comment!
Please enter your name here