ପଦ୍ମ ଧରିଲେ ପୂର୍ବତନ ଆଇଏସ ଅଧିକାରୀ ଅପରାଜିତା ଷଡଙ୍ଗୀ । ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପ୍ରଭାରୀ ଅରୁଣ ସିଂହ , ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଦଳରେ ଯୋଗ ଦେବା ପରେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଲୋକଙ୍କ ସେବା ପାଇଁ ରାଜନୀତି ସବୁଠୁ ବଡ ପ୍ଲାଟଫର୍ମ ବୋଲି ସେ କହିଛନ୍ତି । ସେ ବହୁ ଭାବିଚିନ୍ତି କରି ବିଜେପିରେ ଯୋଗ ଦେଇଥିବା କହିଛନ୍ତି । ବୁଧବାର ଦିନ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here