ନବୀନ ବଦଳାଇବେ ନିର୍ବାଚନମଣ୍ଡଳୀ. ଦୁଇ ହଜାର ମସିହାରୁ ହିଂଜିଳିକାଟୁ ବିଧାନସଭାରୁ ଲଢି ଆସୁଥିବା ନବୀନ ଏଥର ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହୋଇପାରନ୍ତି. ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକଙ୍କ ସମେତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ପଶ୍ଟିମ ଓଡିଶାର ଯେକୌଣସି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି. ପଶ୍ଚିମଓଡିଶା ନେତାଙ୍କ ଅନୁରୋଧ ରଖି ନବୀନ ନିର୍ବାଚନମଣ୍ଡଳୀ ବଦଳାଇବାକୁ ବିଚାର କରୁଥିବା କହିଛନ୍ତି. ଯଦି ନବୀନ ପଶ୍ଚିମ ଓଡିଶାରୁ ଲଢିବାକୁ ସ୍ଥିର କରନ୍ତି, ତେବେ କେଉଁ ଆସନରୁ ଲଢିବେ ତାକୁ ନେଇ ବିଚାର ବିମର୍ଷ ଚାଲିଛି. ସମ୍ଭବତଃ ରେଢାଖୋଲ ଆସନକୁ ଦଳ ଗୁରୁତ୍ବ ଦେଉଥିବା ଜଣାପଡିଛି. ବିଗତ ନିର୍ବାଚନଗୁଡିକରେ ତୁଳନାତ୍ମକ ଭାବେ ପଶ୍ଚିମ ଓଡିଶାରେ ବିରୋଧୀ କଂଗ୍ରେସ ଓ ବିଜେପି କିଛି ଆସନ ହାତେଇଥିବାରୁ ନବୀନଙ୍କ ପଶ୍ଚିମ ଓଡିଶା ମିଶନ ଦଳ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି.

ଭୁବନେଶ୍ବରରୁ ପ୍ରତ୍ୟୁଷ ମହାନ୍ତିଙ୍କ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here