ପଞ୍ଜାବ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂହ । ଦୀର୍ଘଦିନ ଧରି ଅମରିନ୍ଦରଙ୍କ ସହ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କନ୍ଦଳ ଚରମ ସୀମାରେ ପହଞ୍ଚିଥିଲା ।

ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ନେତୃତ୍ବ ବଦଳେଇବା ଦାବିରେ ଅଟଳ ରହିଥିଲେ ସିଦ୍ଧୁଙ୍କ ଶିବିର । ଅନ୍ୟପକ୍ଷରେ ଏଭଳି ଚାପରେ ଆଉ କାମ କରିବା ସମ୍ଭବ ନୁହେଁ, ବରଂ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଅମରିନ୍ଦର । ଅମରିନ୍ଦର କହିଛନ୍ତି, ମାନସିକ ତାଡନା ଆଉ ସହିବା ସମ୍ଭବ ନୁହେଁ । ସେପଟେ ଆଜି ସଂଧ୍ୟାରେ ପ୍ରଦେଶ କଂଗ୍ରେସର ଜରୁରୀକାଳିନ ବୈଠକ ଡକାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅମରିନ୍ଦରଙ୍କୁ ପଦ ଛାଡିବାକୁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ଗୁଜରାଟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ବଦଳେଇବା ପରି ପଞ୍ଜାବରେ ମଧ୍ୟ ନୂଆ ନେତୃତ୍ବରେ ଲଢେଇ କରିବ କଂଗ୍ରେସ ।

LEAVE A REPLY

Please enter your comment!
Please enter your name here