ଆଜିଠୁ ଆରମ୍ଭ ଆଇପିଏଲ । ଆଇପିଏଲ୧୪ର ଦ୍ୱିତୀୟ ଭାଗ ଆରମ୍ଭ ହେବାକୁ ଯାଉଛି । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ । ଗତ ଏପ୍ରିଲ ମାସରେ ଭାରତରେ ପ୍ରଥମ ଭାବ ଆୟୋଜନ କରାଯାଇଥିଲା । କରୋନା ଯୋଗୁଁ ୨୯ଟି ମ୍ୟାଚ ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା । ଦ୍ୱିତୀୟ ଭାବରେ ବାକି ଥିବା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ଖେଳାଯିବ । ଆଇପିଏଲରେ ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ରାତି ୭ଟା ୩୦ରେ ମୁକାବିଲା ହେବ । ମୁମ୍ବାଇ ୫ଥରର ଚାମ୍ପିୟନ ହୋଇଥିବାବେଳେ ଚେନ୍ନାଇ ୩ଥର ଟାଇଟେଲ ଜିତିଥିବାବେଳେ ୫ ଥର ରନର୍ସଅପ ହୋଇଛି । ହେଲେ ଚେନ୍ନାଇ ଦଳରେ ଫିଟନେସ ସମସ୍ୟା ରହିଛି । ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ ରହିଥିଲା ।

LEAVE A REPLY

Please enter your comment!
Please enter your name here