ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ସାଂସଦ ସୁଲତା ଦେଓଙ୍କୁ ହଟେଇ ମାନସ ମଙ୍ଗରାଜଙ୍କୁ ଦାୟିତ୍ବ ଦେଲେ ନବୀନ । ତେବେ ହଠାତ୍ ଏଭଳି ପରିବର୍ତ୍ତନର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଜନସଂପର୍କ ପଦଯାତ୍ରା ଦିନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବେକରେ ଶଙ୍ଖ ଚିହ୍ନ ଥିବା ଉତ୍ତରୀୟ ବାନ୍ଧିବା ସୁଲତାଙ୍କ ପାଇଁ ଭୁଲ୍ ହେଲା ବୋଲି କୁହାଯାଉଛି । ସେଦିନ ସୁଲତା ମୁଖ୍ୟମନ୍ତ୍ରୀଙ୍କ ବେକରେ ଉତ୍ତରୀୟ ବାନ୍ଧୁଥିବା ବେଳେ ନବୀନ ବିରକ୍ତ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ସ୍ପଷ୍ଟ ଅସନ୍ତୋଷ ବାରି ହୋଇପଡୁଥିଲା । ସୁଲତା ଉତ୍ତରୀୟ ବେକରେ ପକାଇ ଯିବାର ମୁହୂର୍ତ୍ତକ ଭିତରେ ନବୀନ ତାକୁ କାଢି ସୁରକ୍ଷା ଅଧିକାରୀଙ୍କ ହାତକୁ ବଢାଇ ଦେଇଥିଲେ । ଏପରିକି ଶ୍ରୀମୟୀ ବାନ୍ଧିଥିବା ଦଳୀୟ ବ୍ୟାଚ୍ ମଧ୍ୟ ନବୀନ ସୁରକ୍ଷା ଅଧିକାରୀଙ୍କୁ କହି ଖୋଲି ଦେଇଥିଲେ । ହୁଏତ ସେହି କାରଣରୁ ସୁଲତାଙ୍କୁ ରାଜ୍ୟସଭା ମୁଖ୍ୟସଚେତକ ପଦବୀରୁ ଅପସାରିତ କରାଯାଇଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here