ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ସହାୟତା ଘୋଷଣା । ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ବିତ୍ପାତ ଅଞ୍ଚଳ ବୁଲି ଦେଖିବା ପରେ ସହାୟତା ଘୋଷଣା । ବାତ୍ୟାରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଲକ୍ଷ ମିଳିବ । ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ । ତୁରନ୍ତ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ୍ ଆସିବ । କେନ୍ଦ୍ରୀ ୟ ଟିମ ଆସି ସମସ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରିବ ବୋଲି ମୋଦି କହିଛନ୍ତି । କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ରିପୋର୍ଟ ପରେ ସମସ୍ତ ପ୍ରକାର ସହଯୋଗ ମିଳିବ । ଏ ଦୁର୍ଦ୍ଦିନ ସମୟରେ ପଶ୍ଚିମବଙ୍ଗ ସହ ଆମେ ସମସ୍ତେ ଅଛୁ ବୋଲି କହିଛନ୍ତି ମୋଦି । ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି । ଏ ମହାମାରୀ କରୋନା ସମୟରେ ବାତ୍ୟା ଆସିବା ଆମ ପାଇଁ ଏକ ଭିନ୍ନ ଚ୍ୟାଲେଞ୍ଜ ବୋଲି ମଧ୍ୟ ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here