ମାଲକାନଗିରି ଜିଲ୍ଲା କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଥିବା ସୂଚନା ମିଳିଛି ।ସୁଚନାଅନୁସାରେ, ଉକ୍ତ ଡ଼ଙ୍ଗାରେ ଓଡ଼ିଶାର କୁର୍ମାନୁର ପଞ୍ଚାୟତର ବଙ୍ଗଳା କ୍ୟାମ୍ପରୁ ପାଂଚଜଣ ପାଙ୍ଗମପୋଡ଼ୁ ହାଟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡ଼ିଯାଇଥିବା ଜଣାପଡ଼ିଛି । ଡଙ୍ଗାରେ ସମୁଦାୟ ପାଞ୍ଚଜଣ ଥିଲେ । ଦୁଇଜଣଙ୍କୁ ଡଙ୍ଗା ଚାଳକ ଉଦ୍ଧାର କରିଥିବା ସୂଚନା ମିଳିଛି । ଏହା ସହ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here