ଗଞ୍ଜାମ ଜିଲ୍ଲାର ଖୋଜାପଲ୍ଲୀ ଗାଁରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ନାବାଳକ ବଲ୍ ଭାବି ଖେଳୁଥିବା ବେଳେ ହାତରେ ହଠାତ୍ ବୋମା ଫୁଟିଯାଇଛି । ଏହି ଦୁର୍ଘଟଣାରେ ଦୁଇଜଣ ନାବାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।ସୂଚନା ଅନୁଯାୟୀ, ଦୁଇ ନାବାଳକ ଘର ପାଖରେ ଖେଳୁଥିବା ସମୟରେ ସେଠାରେ ପଡ଼ିଥିବା ଏକ ସନ୍ଦିଗ୍ଧ ବସ୍ତୁକୁ ବଲ୍ ଭାବି ଧରିଥିଲେ। ଖେଳିବା ସମୟରେ ହଠାତ୍ ସେହି ବସ୍ତୁଟି ବିସ୍ଫୋରଣ ଘଟାଇଥିଲା ଏବଂ ଯାହା ଫଳରେ ଦୁଇଜଣଙ୍କ ଶରୀରରେ ଗୁରୁତର ଚୋଟ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ବୋମା କିଏ ଓ କାହିଁକି ସେଠାରେ ରଖିଥିଲା, ସେନେଇ କିଛି ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି।













