ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ । ଏହାକୁ ନେଇ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ମିଳିଥିବା ସୂଚନା ଅନୁଯାୟୀ କୋଲକତାରୁ ଫେସବୁକରେ ପୋଷ୍ଟିଂ ହୋଇଛି ଶ୍ରୀଜୀଉଙ୍କ ରତ୍ନ ସିଂହାସନ ଫଟୋ । କେହି ବଙ୍ଗୀୟ ପର୍ଯ୍ୟଟକ ମୋବାଇଲରେ ଏହାକୁ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଥାଇପାରନ୍ତି । ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ ପର୍ଯ୍ୟଟକ କେମିତି ଫଟୋ ଉଠାଇଲେ, ତାକୁ ନେଇ ଖୋଳତାଡ ଚାଲିଛି । ତେବେ ଭାଇରାଲ ଫଟୋ ପ୍ରକୃତ ଫଟୋ କି ତାକୁ ଏଡିଟିଂ କରାଯାଇଛି, ତାକୁ ଯାଞ୍ଚ କରୁଛନ୍ତି ଆଇଟି ଏକ୍ସପର୍ଟମାନେ । କେଉଁଠୁ ପୋଷ୍ଟ କରାଯାଇଛି, ତାହା ଯାଞ୍ଚ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ । ପୂର୍ବରୁ ଶ୍ରୀମନ୍ଦିର ବେଢା ଭିତର ଫଟୋ ଭାଇରାଲ ହୋଇଥିଲା । ଏବଳି ଫଟୋ ଭାଇରାଲ ହେବା ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଶ୍ରୀଜଗନ୍ନାଥପ୍ରେମୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here