ଦାନ୍ତେୱାଡାରେ ମାଓବାଦୀ ଲଙ୍କାକାଣ୍ଡ । ଗାମବାଡା ଜଙ୍ଗଲରେ ଦୁଇଟି ଯାତ୍ରୀବାହୀ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀମାନେ ।  ସୂଚନା ମିଳିଛି, ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମାତ୍ର ବସରେ ସେମାନେ କାହିଁକି ନିଆଁ ଲଗାଇଲେ ତାହା ସ୍ପଷ୍ଟ ହୋଇନାହିଁ । ମାଓବାଦୀଙ୍କ ଏଭଳି ଗୋଟିଏ ପରେ ଗୋଟିଏ କାଣ୍ଡ ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରୁଛି । ଆଗକୁ ଛତିଶଗଡ ବିଧାନସଭା ନିର୍ବାଚନ ଆଉ ଏହାକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଏଭଳି କରୁଥିବା ସ୍ପଷ୍ଟ ହୋଇଛି ।
ସପ୍ତାହ ତଳେ ଛତିଶଗଡ ନକ୍ସଲ ହମଲାରରେ 3 ଜଣ ଯବାନଙ୍କ ସମେତ ଡିଡି ନ୍ୟୁଜ୍ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସହିଦ୍ ହୋଇଥିଲେ । ଅଳ୍ପକେ ବର୍ତିଯାଇଥିଲେ ଡିଡି ନ୍ୟୁଜର ରିପୋର୍ଟର ଧୀରଜ କୁମାର ଓ  ଆସିଷ୍ଟାଣ୍ଟ ଲାଇଟମ୍ୟାନ ମୋରମୁକୁତ ଶର୍ମା ।

LEAVE A REPLY

Please enter your comment!
Please enter your name here