ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗଣନାଥପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ନିକଟସ୍ଥ ଭଗବତପୁର ଗ୍ରାମର ପ୍ରମୋଦ ପ୍ରଧାନଙ୍କ 33 ବର୍ଷ ବୟସ୍କ ପୁଅ ବାପିନ୍ଦ୍ର ପ୍ରଧାନ ଓରଫ ବାପି । ବାପି ଶେଷ ଥର ପାଇଁ ଗଣନାଥପୁର ଗ୍ରାମର ମହେନ୍ଦ୍ର ନାଏକଙ୍କ ଘରେ ଥିବା ଦେଖିବାକୁ ମିଳିଥିବା ବେଳେ ପରେ ମହେନ୍ଦ୍ରଙ୍କ ବାଡି ପଛ ପଟେ ମରି ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ବାପିଙ୍କ ମର ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ପରିବାର ପକ୍ଷରୁ ବାପିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବାରକୋଟ ଥାନାରେ ଅଭିଯୋଗ କରାଯାଇଛି ।
ବାପିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଶବ ଉଦ୍ଧାର ହୋଇଥିବା ମହେନ୍ଦ୍ରଙ୍କ ପରିବାରର ପାଞ୍ଚ ଜଣଙ୍କୁ ବାରକୋଟ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି । ଢେଙ୍କାନାଳରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିବା ବେଳେ ବାରକୋଟ ଥାନା ପୋଲିସ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।
(ରିପୋର୍ଟ : ସୁଜାତା ବେହେରା/ଦେବଗଡ)

LEAVE A REPLY

Please enter your comment!
Please enter your name here