ସଫ୍ଟଓ୍ବେଯାର ଇଂଜିନିଯର ଶ୍ବେତାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଖୋଜିବା ଆରମ୍ଭ କରିଛି ସୌମ୍ୟଜିତ ପଢୁଥିବା ଏକ ପ୍ରତିଷ୍ଠିତ ଅନୁଷ୍ଠାନକୁ ଯ଼ାଇ ମଧ୍ୟ ପୋଲିସ ଖୋଜିଥିବା ଜଣାପଡିଛି I ଶ୍ବେତାଙ୍କ ପରିବାର ଦେଇଥିବା ଏତଲା ଆଧାରରେ ପୋଲିସ ପ୍ରାଥମିକ ତଦନ୍ତ କରିଛି I ଦୁଇଟି ଲାପଟପ୍, ଶ୍ବେତା ବ୍ୟବହାର କରୁଥିବା ଡାଏରୀ ଜବତ କରିଛି ପୋଲିସ I ସୌମ୍ୟଜିତଙ୍କ ବିରୋଧରେ 306 ଦଫା ମାମଲା ରୁଜୁ କରିଛି I ଆତ୍ମହତ୍ୟା ପାଇଁ ଶ୍ବେତାଙ୍କୁ ଉସୁକାଇଥିବା ଅଭିଯ଼ୋଗରେ ପୋଲିସ ସୌମ୍ୟଜିତଙ୍କୁ ଖୋଜୁଛି I
ସୌମ୍ୟଜିତଙ୍କ ସହ ଶ୍ବେତାଙ୍କ ପ୍ରେମ ସଂପର୍କ ଥିଲା ଏବଂ ଅନେକ ଥର ସୌମ୍ୟଜିତ ଶ୍ବେତାଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ଘରକୁ ନେଇଥିବା ଜଣାପଡିଛି I ତେବେ ଶ୍ବେତାଙ୍କ ବାପା କହିବା ଅନୁଯ଼ାୟୀ, ସୌମ୍ୟଜିତ ତାଙ୍କ ଝିଅକୁ ଆର୍ଥିକ, ଶାରିରୀକ ଶୋଷଣ କରିବା ପରେ ବ୍ଲାକମେଲ୍ କରି ଆସୁଥିଲା I ଯ଼ାହାର ପରିଣାମ ସ୍ବରୁପ ତାଙ୍କ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା I ପୋଲିସ ଅପରାଧୀକୁ ଖୋଜି ବାହାର କରିବା ସହ ତାଙ୍କୁ ନ୍ୟାଯ ଦେବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ବେତାଙ୍କ ପରିବାର I
ଏହା ମଧ୍ୟରେ ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ମୋବାଇଲ କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ହୋଇଛି I ଯ଼େଉଁ ଅଡିଓରେ ଶ୍ବେତା ସୌମ୍ୟଜିତଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ରହିଛି I ଶେଷରେ ଶ୍ବେତା କହୁଛନ୍ତି, ସେ ସୌମ୍ୟଜିତଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବେ I ସୌମ୍ୟଜିତ କହୁଛନ୍ତି, ପୋଲିସ ମୋର କିଛି କରିପାରିବ ନାହିଁ I

LEAVE A REPLY

Please enter your comment!
Please enter your name here