କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା କାରଖାନା ସମ୍ମୁଖରେ ଉତ୍ତେଜନା । ସ୍ଥାୟୀ ନିଯୁକ୍ତି ଦାବିରେ ବେଦାନ୍ତର ଶ୍ରମିକମାନେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଲାଠିମାଡରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୩୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଲାଞ୍ଜିଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ଅନୁଯାୟୀ, ସ୍ଥାୟୀ ନିଯୁକ୍ତି ଦାବିରେ ଶ୍ରମିକମାନେ ବେଦାନ୍ତ କାରଖାନା ଆଗରେ ଆନ୍ଦୋଳନ କରୁଥିଲେ । ବେଦାନ୍ତ ରିଫାଇନାରୀ ମଧ୍ୟକୁ ପ୍ରବେଶ କରିବା ପାଇଁ ଆନ୍ଦୋଳନରତ ଶ୍ରମିକମାନେ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଆନ୍ଦୋଳନରତ ଶ୍ରମିକଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ଯୋଗୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ତେବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି .  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ କମ୍ପାନୀ ଆଗରେ ପୋଲିସ ୧୪୪ ଧାରା ଜାରି କରିଛି ।

LEAVE A REPLY

Please enter your comment!
Please enter your name here