ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନରେ ସାରା ଗୋଆ ସ୍ତବ୍ଧ ହୋଇଯାଇଛି. ଅନ୍ୟପଟେ ପାରିକରଙ୍କ ଶେଷକୃତ୍ୟ ସଂପନ୍ନ ନ ହେଉଣୁ ଗୋଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି. ତେବେ ଗୋଆ ବିଧାନସଭା ସ୍ପିକର ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଥିବା କୁହାଯାଉଛି. ଯାହା ଆଗାମୀ ଦୁଇ କିମ୍ବା ତିନି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ. ନିତିନ ଗଡକରୀଙ୍କ ସହ ବସିଥିବା ଏକ ବୈଠକରେ ସହଯୋଗୀ ଦଳର ବିଧାୟକ ସୁଦିନ ଧାବଲୀକର ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଗ୍ରହ ଦେଖାଇଥିଲେ. ରାଜ୍ୟରେ ବିଜେପିକୁ ସମର୍ଥନ ଦେବା ପାଇଁ ସୁଦିନ ଅନେକ ତ୍ୟାଗ କରିଛନ୍ତି. ମାତ୍ର ବିଜେପି ସୁଦିନଙ୍କ ଏହି ଆଗ୍ରହକୁ  ଏଡାଇ ଦେଇଛି. ଅନ୍ୟପଟେ ଅନ୍ୟ ସହଯୋଗୀ ଦଳ ଗୋଆ ଫରୱାର୍ଡ ପାର୍ଟିର ମୁଖିଆ ତଥା ମନ୍ତ୍ରୀ ବିଜୟ ସରଦେଶାଇ ମଧ୍ୟ ନିଜେ ମୁଖ୍ୟମନ୍ତ୍ରୀ ହେବାପାଇଁ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here