ଗତ 19 ବର୍ଷ ଧରି କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠ ଦର୍ଶନ କରିଥିଲେ.  ମା’ଙ୍କ ଦର୍ଶନ କରିବା ପରେ ନବୀନ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ବିଜେଡି ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ପଞ୍ଚମଥର ନବୀନ ହିଞ୍ଜିଳିରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି. ସୂଚନାଯୋଗ୍ୟ, ନବୀନ ପ୍ରଥମଥର ପାଇଁ ହିଞ୍ଜିଳି ସମେତ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବେ.

LEAVE A REPLY

Please enter your comment!
Please enter your name here