ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିରେ ବିଳମ୍ବ I ମହାଦୀପ ଉଠିବା ପାଇଁ ପୂର୍ବରୁ ରାତି 10 ଟା ସୁଦ୍ଧା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନୀତିକାନ୍ତିରେ ବିଳମ୍ବ ଯୋଗୁ ମହାଦୀପ ଉଠିବା ବିଳମ୍ବ ହୋଇଛି I ସନ୍ଧ୍ୟା ସାତଟାର ନୀତିକାନ୍ତି ରାତି 10 ଟା ପରେ ଅନୁଷ୍ଠିତ ହୋଇଥିବା ଯୋଗୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି I ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଜାଗର ଦୀପ ଜାଳି ବ୍ରତ ପାଳନ କରୁଥିଲେ ହେଁ ମହାଦୀପ ଉଠିବା ପରେ ବ୍ରତ ଭାଙ୍ଗି ଖାଦ୍ୟ ଖାଇଥାନ୍ତି I ମହାଦୀପ ଉଠିବା ବିଳମ୍ବ ହେଉଥିବାରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ସେବାୟତଙ୍କ ସହ ଆଲୋଚନା କରିଛନ୍ତି I ତୁରନ୍ତ ରୀତିନୀତି ସାରି ମହାଦୀପ ଉଠେଇବାକୁ ସେବାୟତଙ୍କୁ ନିବେଦନ କରିଛନ୍ତି I

LEAVE A REPLY

Please enter your comment!
Please enter your name here