ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବିଜେଡିର କେନ୍ଦ୍ରାପଡା ବିଧାୟିକା ସିପ୍ରା ମଲ୍ଲିକ. ଦଳୀୟ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସିପ୍ରା . ବିଜେଡି କେନ୍ଦ୍ରାପଡାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିବାରୁ ଅସନ୍ତୁଷ୍ଟ ସିପ୍ରା ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଥିଲେ ଏପରିକି ନାମାଙ୍କନ ଦାଖଲ ବେଳେ ସିପ୍ରା ତାଙ୍କ ଜନ ସମର୍ଥନ ରହିଛି ଏବଂ ସେ ପଛକୁ ହଟିବେ ନାହିଁ ବୋଲି କହିଥିଲେ. ମାତ୍ର ନାମାଙ୍କନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେବା ପରେ ସେ କହିଛନ୍ତି ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ଶୀରୋଧାର୍ୟ୍ୟ. କେନ୍ଦ୍ରାପଡାରେ ସେ ଶଶୀଭାଇଙ୍କ ସହ ରହିବେ ଏବଂ ନିର୍ବାଚନମଣ୍ଡଳୀ ଲୋକଙ୍କ ସୁଖଦୁଃଖରେ ଭାଗୀଦାର ହେବେ. କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି ଶେଷ ମୁହୂର୍ତ୍ତରେ ସିପ୍ରାଙ୍କ ଟିକେଟ କାଟି ଶଶୀଭୂଷଣଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା .