ଭୁବନେଶ୍ୱରରେ ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନ | ଆଇଆଇଟିର ଅଷ୍ଟମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନିମନ୍ତେ ଓଡିଶା ଗସ୍ତରେ ଆସିଥିଲେ କେ ଶିବନ | ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ସୂଚନା ଦେଇ କହିଛନ୍ତି, ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ ମ୍ୟାନଡ୍‌ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ ମିଶନ କରି ଇତିହାସ ରଚିବ ଭାରତ । ଏଥିସହ କେ. ଶିବନ ଆହୁରି କହିଛନ୍ତି ଯେ, ୨୦୨୧ ଡିସେମ୍ବରରେ ଭାରତୀୟ ମହାକାଶଚାରୀ ମହାକାଶ ଯିବେ । ଆଇଆଇଟି ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ସେ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଜୀବନ ଧାରଣର ମାନ ବଢ଼ିପାରିବ । ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ନେଇଛି । ରିସ୍କ, ଇଛା ଶକ୍ତି ନନେଲେ ଜୀବନରେ କିଛି କରିପାରିବନି | ଦୃଢ ଇଛା ଶକ୍ତି ସହ କିଛି କରିବାର ଆଶା ତୁମମାନଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି କେ. ଶିବନ |

LEAVE A REPLY

Please enter your comment!
Please enter your name here