ଶୁକ୍ରବାର ଦିନ ମୋଦୀ ସରକାରର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ବଜଟେ ଉପସ୍ଥପନା କରି ଅର୍ଥମନ୍ତ୍ରୀ କହିଛନ୍ତି ଚଳିତ ନିର୍ବାଚନ ଦେଶକୁ ନୂଆ ଦିଗ ଦେଖାଇଛି । ଦେଶବାସୀ ଦେଶକୁ ପ୍ରଥମିକତା ଦେଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି । ଏହାସହ ବର୍ତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ ପଦକ୍ଷେପ ନେଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେହିପରି ଖାଦ୍ୟ ସରୁକ୍ଷା ପାଇଁ ଗତ ସରକାର ଅପେକ୍ଷା ବ୍ୟୟ ଡବଲ କରାଯାଇଛି। ବଜେଟରେ ମଜବୁତ ଦେଶ ପାଇଁ, ମଜବୁତ ନାଗରିକତାକୁ ପ୍ରାଥମିକତା ଦିଆଯାଇଛି । ୨୦୧୪ରେ ମୋଦୀ ସରକାର ଗଠନ ବେଳେ ଅର୍ଥନୀତି ୧.୮୫ ଟ୍ରିଲିୟ ଡଲାର ଥିଲା । ଗତ ପାଞ୍ଚ ବର୍ଷରେ ଅର୍ଥନୀତି୨.୭ ଟ୍ରିଲିୟନ ଡଲାରକୁ ପହଞ୍ଚି ପାରିଛି । ଏବଂ ଆସନ୍ତା ପାଞ୍ଚ ବର୍ଷରେ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ବଳରେ ଆମେ ଆମ ଲକ୍ଷ୍ୟ ହାସଲ କରିପାରିବୁ ବୋଲି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here