ବଢଲାଣିି ହାର୍ଟବିଟ୍ । ଆଉ କେଇ ଘଣ୍ଟା ପରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ । ବିଳମ୍ବରେ ହେଉ ପଛେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ସକାଳ ୯ଟା ସମୟରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ପୁସ୍ତିକା ଉନ୍ମୋଚନ ହେବ । ଦିନ ୧୧ଟା ପରେ ଅନ୍‌ଲାଇନ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷା ଜାହାନାରା ବେଗମ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବୋର୍ଡ ଦ୍ୱାରା ଦିଆଯାଇଥିବା ୨ଟି ୱେବ୍‌ ସାଇଟ୍‌ www.bseodisha.ac.in ଏଂବ www.bseodisha.nic.inରେ ରେଜଲ୍ଟ ଦେଖି ହେବ । ଯେଉଁଠାରେ ଇଣ୍ଟରନେଟ୍‌ର ସୁବିଧା ନାହିଁ ସେହିସ୍ଥାନର ପିଲାମାନଙ୍କ ପାଇଁ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ର ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଆର୍‌୧୦ ଲେଖିବା ପରେ ସ୍ପେଶ୍‌ ଦେବେ ଏହା ପରେ ନିଜର ରୋଲ୍‌ ନମ୍ବର ଲେଖିବେ
ଏହି ମେସେଜ୍‌କୁ ୫୬୭୬୭୫୦ ନମ୍ବରକୁ ପଠାଇ ଦେବେ । ଏହା ପରେ ରେଜଲ୍ଟ ପାଇଯିବେ ବୋଲି ଅଧ୍ୟକ୍ଷା କହିଛନ୍ତି । ଫଳ ପ୍ରକାଶ ସମୟରେ ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହିବେ ।

 

LEAVE A REPLY

Please enter your comment!
Please enter your name here