ଏକଜିଟ୍ ପୋଲକୁ ନେଇ ଖୁବ୍ ଉଲ୍ଲସିତ ବିଜେପି । କେନ୍ଦ୍ରରେ ଏନଡିଏ ପୁଣି କ୍ଷମତାକୁ ଆସୁଥିବା ନେଇ ଅଧିକାଁଶ ସର୍ଭେ ରିପୋର୍ଟରେ ପ୍ରକାଶ ପାଇବା ପରେ ବିଜେପି ନେତାମାନେ ଖୁସି ଜାହିର କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ଓଡିଶାରେ ବିଜେପିର ସ୍ଥିତି ଦୃଢ ହେଉଥିବା ବେଳେ ବିଜେଡି କ୍ରମଶଃ ଦୁର୍ବଳ ହେଉଛି । ସେପଟେ କେନ୍ଦ୍ରରେ କଂଗ୍ରେସର ସ୍ଥିତି ମଧ୍ୟ ବିଗିଡିବାକୁ ବସିଲାଣି । ଲୋକଙ୍କ ଭରସା ଓ ବିଶ୍ୱାସ ହାସଲ କରିବାରେ ବିଜେପି ଆଗରେ ରହିଛି ବୋଲି ଦଳୀୟ ନେତାମାନେ କହିଛନ୍ତି ।  ତେବେ ବିଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ଏକଜିଟ ପୋଲ ରିପୋର୍ଟରେ ଯେଉଁ ତଥ୍ୟ ଦର୍ଶାଯାଇଛି, ବିଜେପି ତାଠୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।

ଓଡିଶାରେ ବିଜେପି କେବଳ ଲୋକସଭା ନିର୍ବାଚନ ନୁହେଁ, ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ଫଳ କରିବ ବୋଲି ଦଳୀୟ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଜୁଏଲ କହିଛନ୍ତି, ବିଜେପିର ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶାରେ ବିଜେପି ୭୦ରୁ ଅଧିକ ଆସନରେ ବିଜୟ ଲାଭ କରିବ ।

ଭୁବନେଶ୍ୱରରୁ ପ୍ରତ୍ୟୁଷ ମହାନ୍ତିଙ୍କ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here