କାଳିଆ ଯୋଜନାରେ ସାମିଲ ହେବା ପାଇଁ ଆବେଦନ ଅବଧି ଜାନୁଆରୀ ୧୫ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ହୋଇଛି । ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପାଇଁ ଜାନୁଆରୀ ୨୫ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି । ଆବଶ୍ୟକ ହେଲେ କାଳିଆ ଯୋଜନାରେ ସାମିଲ ପାଇଁ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଆବେଦନ ଗ୍ରହଣ କରାଯିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ସାମିଲ ହେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here