ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ଓ ସିଏଏକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଶ୍ରମିକ ସଂଗଠନ । କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ଭେଟିଛନ୍ତି ବାମପନ୍ଥୀ ନେତା । ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପିସିସି ସଭାପତି କହିଥିବା କହିଛନ୍ତି । ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ବନ୍ଦ ପାଳନବେଳେ ପରୀକ୍ଷାର୍ଥୀ, କ୍ଷୀର ଗାଡି ଔଷଧ ଦୋକାନକୁ ବାଦ ଦିଆଯିବ ବୋଲି ସୁଚନା ମିଳିଛି । ସେହିପରି ରାଉରକେଲାରେ ବନ୍ଦ ପାଳନ କରିବା ପାଇଁ ବିର୍ଶାମୁଣ୍ଡା ଛକରେ ଏକ ସାମ୍ବାଦିକ ସମ୍ମିଳନୀର ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here