ପ୍ରସିଦ୍ଧ ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ଭାରତୀୟ ଜ୍ଞାନପୀଠ ମନୋନୟନ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ମନୋନିତ ହୋଇଛନ୍ତି । ୨୦୧୧ରେ ସାହିତ୍ୟ ପାଇଁ ଦେଶର ସର୍ବୋଚ୍ଚ ପୁରସ୍ମାର ଜ୍ଞାନପୀଠ ଆୱାର୍ଡ ପାଇବାରେ ପ୍ରଥମ ଓଡିଆ ମହିଳା ଓ ଚତୁର୍ଥ ଓଡିଆ ଲେଖିକା ଅଟନ୍ତି । ଧର୍ମ ଓ ଜାତିଭେଦ ବିରୋଧରେ ଲେଖନୀ ଚାଳନା କରି ବେଶ ଜଣାଶୁଣା ସେ । ୧୯୪୩ ଜାନୁଆରୀ ୨୧ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଗାଁରେ ତାଙ୍କ ଜନ୍ମ । ଶିକ୍ଷକତାରୁ ଚାକିରୀ ଜୀବନ ଆରମ୍ଭ କରିଥିବା ଶ୍ରୀମତି ରାୟ ବିଭିନ୍ନ ମହାବିଦ୍ୟାଳୟରେ ପ୍ରଫେସର ଭାବେ କାମ କରିଛନ୍ତି । ଚାକିରିରୁ ଅବସର ନେବାପରେ ଓଡିଶା ଲୋକସେବା ଆୟୋଗର ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ତାଙ୍କ ରଚିତ ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’୧୯୭୪ରେ ପ୍ରକାଶିତ ହୋଇ ସର୍ବାଧିକ ବିକ୍ରୟ ପୁସ୍ତକର ମାନ୍ୟତା ପାଇଥିଲା । ଶ୍ରୀମତି ରାୟଙ୍କ ଦ୍ୱାରା ୧୯୮୩ରେ ରଚିତ ସାହିତ୍ୟ ପୁସ୍ତକ ‘ଶୀଳାପଦ୍ମ’୧୯୮୫ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା । ତାଙ୍କର ସର୍ବାଧିକ ଚର୍ଚ୍ଚିତ ପୁସ୍ତକ ‘ଯାଜ୍ଞ୍ୟସେନୀ’ ପାଇଁ ଶ୍ରୀମତି ରାୟଙ୍କୁ ୧୯୯୧ ରେ ମୂର୍ତ୍ତି ଦେବୀ ସମ୍ମାନ ମିଳିଥିଲା । ୧୯୯୦ରେ ଶାରଳା ସମ୍ମାନରେ ସମ୍ମାନିତ ଶ୍ରୀମତି ରାୟ ପ୍ରଥମ ଓଡିଆ ମହିଳା ଏବଂ ଚତୁର୍ଥ ଓଡିଆ ଭାବେ ୨୦୧୧ରେ‘ଜ୍ଞାନପୀଠ’ସମ୍ମାନ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here