ନବୀନଙ୍କ ନୂଆ ଟିମ୍ ଗଠନ ହେବା ପରେ ଏବେ ପାଳି ବାଦ୍ ପଡିଥିବା ମନ୍ତ୍ରୀ । ନବୀନ ନିବାସରେ ପହଁଞ୍ଚିଛନ୍ତି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀ । ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟତୀତ ଅନ୍ୟ ସମସ୍ତେ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି ।
ନବୀନ ସେମାନଙ୍କୁ ଦଳ ସଂଗଠନ ପାଇଁ କାର୍ଯ୍ୟ କରିବାକୁ କହିଛନ୍ତି । 2024 ନିର୍ବାଚନ ପାଇଁ ଦଳ ବିଦାୟୀ ମନ୍ତ୍ରୀମାନଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରିବ । ଗତକାଲି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇଥିବାବେଳେ ୧୦ ଜଣ ମନ୍ତ୍ରୀ ବାଦ ପଡିଥିଲେ । ବାଦ ପଡିଥିବା ମନ୍ତ୍ରୀମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଗତକାଲି ୨୧ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।

LEAVE A REPLY

Please enter your comment!
Please enter your name here