ଦେଶରେ ପୁଣି ଡରାଇଲାଣି କରୋନା ସଙ୍କ୍ରମଣ । ଗତ ୨୪ ଘଣ୍ଟା ଭିତରେ ୪ ହଜାରରୁ ଅଧିକ ସଙ୍କ୍ରମିତ ଚିହ୍ନଟ ହେବା ପରେ ଏହି ଚିନ୍ତା ଏବେ ବଢିଯାଇଛି । ୨୪ ଘଣ୍ଟା ଭିତରେ ୪୫୧୮ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦେଶରେ ସଙ୍କ୍ରମଣ ୫ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇଛି । ଏବେ ଦେଶରେ ସକ୍ରିୟ ମାମଲା ୨୫୭୮୨ । ସେହିପରି ଦିନକରେ ଆଉ ୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ସଙ୍କ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ମୁମ୍ବାଇ ଏବେ କରୋନାର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ।

LEAVE A REPLY

Please enter your comment!
Please enter your name here