ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ୱେବ ସିରିଜ୍ ପ୍ରସ୍ତୁତ କରାଯାଉଥିଲା । ତାକୁ ବିରୋଧ କରିଛନ୍ତି ନିଜେ ଅଞ୍ଜନା ମିଶ୍ର । ବିନା ଅନୁମତିରେ ୱେବ ସିରିଜକୁ ବିରୋଧ କରିଛନ୍ତି । ସେ କହିଛନ୍ତି , ୱେବ ସିରିଜ୍ ପ୍ରସ୍ତୁତ କରିବା ପୂର୍ବରୁ କେହି ତାଙ୍କ ସହ କୌଣସି ପ୍ରକାର ଆଲୋଚନା କରିନାହାଁନ୍ତି । ମୋ ସହମତି ମଧ୍ୟ ନେଇନାହାଁନ୍ତି । ସମ୍ପୃକ୍ତ ପ୍ରଡକ୍ସନ ସଂସ୍ଥାକୁ ସତର୍କ କରାଉଛି । ଏହି ୱେବ ସିରିଜକୁ ବନ୍ଦ କରନ୍ତୁ । ନଚେତ ହାଇକୋର୍ଟ ଯିବି ବୋଲି ଅଞ୍ଜନା କହିଛନ୍ତି । ଅଭିଯୋଗ ଅନୁସାରେ, ଅଞ୍ଜନା ମିଶ୍ରଙ୍କ ଘଟଣାରେ ୱେବ ସିରିଜ୍ ପ୍ରସ୍ତୁତ କରୁଛି ଏକ ଘରୋଇ ପ୍ରଡକ୍ସନ ସଂସ୍ଥା । ମୋଟ୍ ୯ଟି ଏପିସୋଡରେ ପୁରା ଘଟଣା ପ୍ରସ୍ତୁତ କରିବାକୁ ପ୍ଲାନିଂ ରହିଛି । ଏଥିରେ ଅଞ୍ଜନାଙ୍କ ସହ ଘଟିଥିବା ଘଟଣା ତଦନ୍ତ , ଅଞ୍ଜନାଙ୍କ ସଂଘର୍ଷ , ଅଭିଯୁକ୍ତର ଗିରଫଦାରୀ ପ୍ରସଙ୍ଗକୁ ଚିତ୍ରଣ କରାଯିବ । ଗୋଟିଏ ଏପିସୋଡ ସୁଟିଂ ସରିଯାଇଥିବା ସୂଚନା ମିଳିଛି । ଅଭିନୟ କରୁଛନ୍ତି ନାମୀଦାମୀ କଳାକାର । ୨୦୨୩ରେ ୱେବସିରିଜ୍ ରିଲିଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ତାଙ୍କର ବିନା ଅନୁମତିରେ ଏହି ୱେବ ସିରିଜ୍ କରାଯାଉଥିବାରୁ ତାକୁ ବିରୋଧ କରୁଛନ୍ତି ଅଞ୍ଜନା ମିଶ୍ର ।

LEAVE A REPLY

Please enter your comment!
Please enter your name here