ଗୋଟିଏ ପଟେ ହାତୀଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି. ଅନ୍ୟପଟରେ ବେପରଓ୍ବା ମନୋଭାବ ଯୋଗୁ କେତେବେଳେ ଟ୍ରେନ ଦୁର୍ଘଟଣାରେ ତ ଆଉ କେତେବେଳେ ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ. ପୁଣି ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କମଲାଙ୍ଗ ଗାଁ ନିକଟରେ. ବିଦ୍ୟୁତ ଆଘାତରେ ଅକାଳରେ ଚାଲିଯାଇଛି ସାତଟି ହାତୀଙ୍କ ଜୀବନ.

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କମଲାଙ୍ଗ ଗାଁ ନିକଟରେ ଏକ ଘରୋଇ କମ୍ପାନୀର ମାଲ ପରିବହନ ପାଇଁ ରେଳ ଟ୍ରାକ୍‌ କାମ ଚାଲିଛି . ଠିକା କର୍ଥିମଚାରୀଙ୍କ ଦାୟିତ୍ବହୀନତା ପାଇଁ ସେଠାରେ ଟଣାଯାଇଥିବା ଏଲଟି ଲାଇନ୍‌ର ଖୁଣ୍ଟ ଚାର୍ଜ ହୋଇଯାଇଥିଲା । ସେହିବାଟେ ହାତୀମାନେ ଯିବା ଆସିବା କରୁଥିବା ବେଳେ ରାତିରେ ବିଦ୍ୟୁତ ତାର ଖୁଣ୍ଟ ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ୭ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଗୋଟିଏ ସ୍ଥାନରେ ୭ଟି ହାତୀ ମରିଥିବା ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here