ମଣ୍ଣିଂ ଓ୍ବାକ୍ କରୁଥିବା ବେଳେ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ଅଟୋରିକ୍ସା ଦ୍ବାରା ଧକ୍କା ଦେଇ ହତ୍ୟା । ଝାଡଖଣ୍ଡ ଧାନବାଦ ସହରରେ ଗତ ବୁଧବାର ଦିନ ଘଟିଥିବା ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଥମେ ଜଜଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ସନ୍ଦେହ କରାଯାଉଥିଲେ ହେଁ ସିସିଟିଭି ଫୁଟେଜରୁ ମିଳିଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ରାସ୍ତାକଡରେ ମଣ୍ଣିଂଓ୍ବାକ୍ କରୁଥିବା ବେଳେ ଜଜ୍ ଉତ୍ତମ ଆନନ୍ଦଙ୍କୁ ପଛପଟୁ ଆସୁଥିବା ଏକ ଅଟୋ ତାଙ୍କ ଆଡକୁ ମାଡି ଯାଇଥିଲା ଏବଂ ତାଙ୍କୁ ଧକ୍କା ଦେଇ ସ୍ବାଭାବିକ ଭାବେ ରାସ୍ତାରେ ପଳାଇଥିଲା । ଦୁର୍ଘଟଣା ପରେ ଜଜ୍ ଉତ୍ତମ ଆନନ୍ଦ ରକ୍ତାକ୍ତ ହୋଇ ରାସ୍ତାକଡରେ ପଡି ରହିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ହସପିଟାଲ ନେଇଥିଲେ । ତେବେ ହସପିଟାଲରେ ସେ ମୃତ୍ୟୁବରଣ କରିଥିଲେ । ଦୀର୍ଘ ସମୟ ଧରି ତାଙ୍କ ମୃତ ଶରୀର ଅଚିହ୍ନା ମୃତଦେହ ଭାବେ ହସପିଟାଲରେ ପଡିରହିଥିଲା । ମାତ୍ର ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ପୋଲିସକୁ ଜଣାଇବା ପରେ ହସପିଟାଲରୁ ତାଙ୍କ ମୃତଦେହ ମିଳିଥିଲା । ସିସିଟିଭି ଫୁଟେଜରୁ ମିଳିଥିବା ଦୃଶ୍ୟରୁ ଅଟୋଚାଳକ ଜାଣିଶୁଣି ଜଜଙ୍କୁ ଧକ୍କା ଦେଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ପୋଲିସ ଅଟୋ ଚାଳକକୁ ଗିରଫ କରିଛି ।

ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ଧାନବାଦରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରୁଥିଲେ । ନିକଟରେ ଦୁଇଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଅଗ୍ରାହ୍ୟ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here