ଭୋଜପୁରୀ ସିନେମାର ସୁପରଷ୍ଟାର ପବନ ସିଂହଙ୍କ ଆଗାମୀ ଫିଲ୍ମ ‘କ୍ରାକ ଫାଇଟର’ର ଟ୍ରେଲର ରିଲିଜ ହୋଇଯାଇଛି. ପବନ ସିଂହଙ୍କ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା କ୍ଷଣି ହିଁ ୟୁଟ୍ୟୁବରେ ଧମାଲ ମଚାଇ ସାରିଛି. ଏଥିରେ ପବନଙ୍କ ଜୋରଦାର ଆକ୍ସନ ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି. ‘କ୍ରାକ ଫାଇଟର’ର ଟ୍ରେଲର ରିଲିଜ ହେବା ମାତ୍ରେ ଏହାକୁ ଗୋଟିଏ ଦିନରେ 27 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ଏହା ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି. ଫିଲ୍ମଟିକୁ ଉପେନ୍ଦ୍ର ସିଂହ ନିର୍ମାଣ କରିଥିବା ବେଳେ ସୁଜୀତ କୁମାର ସିଂହ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି.

LEAVE A REPLY

Please enter your comment!
Please enter your name here