ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣବେଳେ ଗୃହରେ ଜୋରଦାର ହୋ ହଲ୍ଲା କରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ଅଭିଭାଷଣ ଚାଲିଥିବାବେଳେ ବିଜେପି ସଦସ୍ୟ କକ୍ଷତ୍ୟାଗ କରିବା ସହ ବିଧାନସଭା ସାମ୍ନାରେ ବସି ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଏହି ଧାରଣା ଦେଇଥିଲେ । ସେପଟେ ପୋଡିୟମ ତଳେ ଛିଡା ହୋଇ କଂଗ୍ରେସ ସଦସ୍ୟ ପ୍ରତିବାଦ ଜଣାଇଥିଲେ । ନବ ଦାସ ହତ୍ୟା , ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ସଦସ୍ୟ । ହୋ ହଲ୍ଲା ପାଟିତୁଣ୍ଡ ସହ ନିଜ ଆସନରେ ଛିଡା ହୋଇ ପ୍ରତିବାଦ ଜଣାଇଥିଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here