ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ। ଏନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି। ଏଥର ସମାନ ସମୟ ମଧ୍ୟରେ ପରୀକ୍ଷା ହେବ ବୋଲି ସୂଚନା ରହିଛି। ଚଳିତଥର ନିଜ ସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଛାତ୍ରଛାତ୍ରୀ ଦେବେ ବୋଲି ସରକାର ଘୋଷଣା କରିଥିଲେ। ଏହାସହ ଅନ୍ୟ ସ୍କୁଲ୍‌ର ଶିକ୍ଷକ ପରୀକ୍ଷା ନିରୀକ୍ଷକ ହେବେ ବୋଲି କୁହାଯାଇଥିଲା। କେବଳ ଏତିକି ନୁହେଁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି। କରୋନା ଯୋଗୁ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ଏଥର ନିଜ ସ୍କୁଲ୍‌ରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂରା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here