ଆଉ ତିନିଦିନ ଅପେକ୍ଷା । ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଚନ୍ଦ୍ରଯାନ-3 କେତେବେଳେ ଏବଂ କେଉଁ ସମୟରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ, ଆଜି ସମୟ ଘୋଷଣା କରିଛି ଇସ୍ରୋ । ଏପର୍ଯ୍ୟନ୍ତ ଇସ୍ରୋ ଆକଳନ ଅନୁଯାୟୀ ଚନ୍ଦ୍ରଯାନ-3 ସଫଳ ହୋଇଚାଲିଛି । ଅଗଷ୍ଟ 20 ତାରିଖରେ ଚନ୍ଦ୍ରର ଅତି ନିକଟତର ହୋଇସାରିଛି ଚନ୍ଦ୍ରଯାନ । ଚନ୍ଧ୍ରଠାରୁ 25 କିଲୋମିଟର ଦୂର କକ୍ଷପଥରେ ପହଞ୍ଚିସାରିଛି । ଅଗଷ୍ଟ 23 ତାରିଖ ସଂଧ୍ୟା 6ଟା 4 ମିନିଟରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିବ ଚନ୍ଦ୍ରଯାନ । ଏଥିସହିତ ଭାରତର ଚନ୍ଦ୍ର ଅଭିଯାନ ନୂଆ ଇତିହାସ ସୃଷ୍ଟି କରିବ । ଆମେରିକା, ଋଷିଆ ଓ ଚୀନ୍ ପରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର ।

ଇସ୍ରୋ ଘୋଷଣା କରିଛି ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଯେତେବେଳେ ଚନ୍ଦ୍ରପୃଷ୍ଠ ଅବତରଣ କରିବ, ତାର ସିଧାପ୍ରସାରଣ ସାରା ବିଶ୍ବ ଦେଖିବ । ଏଥିପାଇଁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି । 5ଟା 27 ରୁ ଇସ୍ରୋ ଓ୍ବେବସାଇଟ, ୟୁଟ୍ୟୁବ, ଇସ୍ରୋ ଫେସବୁକ୍ ପେଜ୍ ଏବଂ ଡିଡି ନ୍ୟାସନାଲରେ ଏହାର ସିଧାପ୍ରସାରଣ କରାଯିବ । ତେଣୁ ସମସ୍ତ ଶିଷାନୁଷ୍ଠାନ ଏହି ଐତିହାସିକ ମୁହୂର୍ତ୍ତର ଲାଇଭ୍ ଷ୍ଟ୍ରିଂମି ଦେଖିବା ପାଇଂ ସୁଯୋଗ ସୃଷ୍ଟି କରିବାକୁ ଇସ୍ରୋ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here