ଆଲୋକର ପର୍ବ ଦୀପାବଳୀକୁ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିଦେଶୀ ପର୍ଯ୍ୟଟକମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନଙ୍କ ସହ ଦୀପଜାଳି ବଡବଡୁଆ ଡାକି ପରସ୍ପରକୁ ମିଠା ଖୁଆଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ସ୍ୱଚ୍ଛ ଭାରତ ଓ ବିନା ବାଣରେ ଦୀପାବଳୀ ପାଳନର ବାର୍ତ୍ତା ପ୍ରଦାନ ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରଷିଆରୁ ଆସିଥିବା ୩୦ରୁ ଅଧିକ ପର୍ଯ୍ୟଟକ ସାମିଲ ହୋଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ରଙ୍ଗୋଲି ଆଙ୍କି ଦୀପ ଜାଳିଥିଲେ ।

LEAVE A REPLY

Please enter your comment!
Please enter your name here