ବଦଳିବ ପାଗ । ତାତିରୁ ମିଳିବ ତ୍ରାହି । ଆସୁଛି ପଶ୍ଚିମା ଝଡ । ଆସନ୍ତାକାଲି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୬ରୁ ୧୮ ତାରିଖ ଯାଏଁ ବିଜୁଳି ଘଡଘଡି ସହ ଝଡ ପବନ ହେବ । ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଭିଜିବ ଉପାନ୍ତର ଉପକୂଳ । କେନ୍ଦୁଝର , ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର , ଭଦ୍ରକ, ମୟୂରଭଞ୍ଜ ,ଢେଙ୍କାନାଳ , କେନ୍ଦ୍ରାପଡା, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବ । ୧୬ ତାରିଖ ଆଡକୁ ପବନର ବେଗ ମଧ୍ୟ ବଢିବ । ସାରା ରାଜ୍ୟରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୬ ତାରିଖରେ ୧୩ ଜିଲ୍ଲା ଓ ୧୭ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here