ବିନା କଟକଣାରେ ଚାଲିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ । ଶ୍ରୀଜିଉଙ୍କୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଛି ଭକ୍ତ । କୋଭିଡ ରିପୋର୍ଟ ନୁହେଁ ଗାଇଡଲାଇନରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । ୨୬ ପ୍ଲାଟୁନ ପୋଲିସ ଫୋର୍ସ ସହ ଦୁଇ ଅତିରିକ୍ତ ଏସପି , ୭ ଡିଏସପି , ସମସ୍ତ ଥାନାର ଅଧିକାରୀ ନିୟୋଜିତ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏସଓପିକୁ କଡାକଡି ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ପୁରୀବାସୀଙ୍କ ପାଇଁ ସକାଳ ୬ରୁ ୭ଟା । ଅନ୍ୟ ଦର୍ଶନାଥୀଙ୍କ ପାଇଁ ୭ଟାରୁ ପହଡ ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଦର୍ଶନ ଜାରି ରହିବ ।

LEAVE A REPLY

Please enter your comment!
Please enter your name here