ରାଜ୍ୟରେ ବିଜେଡି ସାଙ୍ଗେ ବିଜେପି ମେଣ୍ଟ ଗଠନ କରିବ ନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମେଣ୍ଟ କରିବାର ପ୍ରଶ୍ନ ଉଠୁନି । ରାଜ୍ୟରେ ବିଜେଡି ସରକାରରେ ଚାଲିଥିବା ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢେଇ ଜାରି ରଖିଛି । ରାଜ୍ୟରେ ଗୋଟିଏ ଦାୟିତ୍ବବାନ ବିରୋଧୀ ଦଳ ଭାବେ ବିଜେପି କାର୍ଯ୍ୟ କରିଆସୁଛି ବୋଲି ସେ କହିଛନ୍ତି । ଆସନ୍ତା ନିର୍ବାଚନରେ ତାଙ୍କ ଦଳ ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଏକାକୀ ପ୍ରତିଦ୍ବନ୍ଦିତା କରିବ ।

LEAVE A REPLY

Please enter your comment!
Please enter your name here