27ଟି ରାଜ୍ୟର 508ଟି ରେଳଷ୍ଟେସନର ପୁର୍ନବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଯୋଜନା ପାଇଁ 24 ହଜାର 470 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଓଡିଶାର 25ଟି ରେଳ ଷ୍ଟେସନକୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ 55ଟି ଲେଖାଁଏ ଷ୍ଟେସନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ବିହାରରେ 49, ମହାରାଷ୍ଟ୍ରରେ 44, ପଶ୍ଚିମବଙ୍ଗରେ 37, ମଧ୍ୟପ୍ରଦେଶ 34, ଆସାମ 32 ଓ ପଞ୍ଜାବରେ 22ଟି ରେଳଷ୍ଟସନର ପୁର୍ନବିକାଶ କରାଯିବ । ଗୁଜରାଟ ଓ ତେଲେଙ୍ଗାନାରେ 21 ଲେଖାଁଏ ରେଳଷ୍ଟେନକୁ ଏଥିରେ ସାମିଲ କରାଯାଇଛି । ଝାଡଖଣ୍ଡର 20 ଟି ରେଳଷ୍ଟେସନକୁ ଏଥିରେ ସାମିଲ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର 18ଟି ଲେଖାଁଏ ଷ୍ଟେସନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ଆଧୁନିକ ବ୍ୟବସ୍ଥା ସଂପନ୍ନ ଗୃହ, ଯାତ୍ରୀମାନଙ୍କୁ ଟ୍ରେନ ସଂପର୍କରେ ସୂଚିତ କରିବା ପାଇଁ ବ୍ୟବସ୍ଥା ପ୍ରଭୃତି ରହିବ । ତତସହିତ ଆଞ୍ଚଳିତ ସଂସ୍କୃତି, ଚିତ୍ରକଳା ମଧ୍ୟ ଷ୍ଟେସନଗୁଡିକରେ ସ୍ଥାନିତ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here