ସ୍ୱାଧିନତା ପରଠାରୁ ଚାଲିଥିବା ବ୍ରିଫକେସ ପ୍ରଥାକୁ ଶେଷ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ରିଫକେସ ବଦଳରେ ଗୋଟିଏ ଫୋଲ୍ଡରରେ ବଜେଟର ଦସ୍ତାବିଜକୁ ଆଣିଥିଲେ । ମଧ୍ୟବର୍ତ୍ତୀକାଳୀଣ ବଜେଟରେ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଲାଲ ରଙ୍ଗର ବ୍ରିଫକେସ ବ୍ୟବହାର କରିଥିଲେ । ମୋଦୀ ସରକାର ଏହାପୂର୍ବରୁ ବଜେଟର ଅନେକ ପରମ୍ପରାକୁ ଭାଙ୍ଗି ସାରିଛନ୍ତି । ଏହା ପୂର୍ବରୁ ରେଳ ବଜେଟକୁ ଶେଷ କରି ଏହା ବଦଳରେ ସାଧାରଣ ବଜେଟ ଏବଂ ରେଳ ବଜେଟରକୁ ଗୋଟିଏ ବଜେଟ କରିଥିଲେ । ଏହାପରେ ବଜେଟ ଉପସ୍ଥାପନା କରିବାର ତାରିଖକୁ ମଧ୍ୟ ବଦଳାଇ ଦେଇଥିଲେ । ଏବେ ବଜେଟକୁ ନେବା ପାଇଁ ବ୍ୟବହୃତ ହେଉଥିବା ବ୍ରିଫକେସ ପ୍ରଥାକୁ ଶେଷ କରିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ଅର୍ଥମନ୍ତ୍ରୀ ବଜେଟକୁ ବ୍ରିଫକେସରେ ନେଇ ସଂସଦରେ ପହଞ୍ଚିବାର କିନ୍ତୁ ଏହି ପୂର୍ଣ୍ଣଙ୍ଗ ବଜେଟକୁ ଲାଲ ରଙ୍ଗର ସିଲବନ୍ଦ କଭରରେ ବଜେଟକୁ ନିଆଯାଉଥିବା ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here